ଅନୁଗୁଳ ବନଖଣ୍ଡର ଚଳିତ ବର୍ଷର ପକ୍ଷୀ ଗଣନା ହୋଇଥିବା ବେଳେ ଏଥର କମ୍ ପକ୍ଷୀ ଆସୁଥିବ ଜଣା ପଡ଼ିଛି। ବିଷ ବଳୟରେ ଥିବା ଅନୁଗୁଳ ପ୍ରଦୂଷଣ ପାଇଁ ପକ୍ଷୀ କମିଥିବା କୁହାଯାଇଛି।ତେବେ ପ୍ରଦୂଷିତ ପାଣି , ପବନ ସତ୍ୱେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ଗତ ୧୮ ତାରିଖରେ ଅନୁଗୁଳ ବନଖଣ୍ଡରେ ପକ୍ଷୀ ଗଣନା କରାଯାଇଥିଲା। ୨୫ଟି ଜଳାଶୟରେ ପକ୍ଷୀ ଗଣନା ହୋଇଥିବା ବେଳେ ପ୍ରାୟ ୧୫୦ ଜଣ ବନକର୍ମଚାରୀ ସାମିଲ ହୋଇଥିଲେ। ଏଥି ପାଇଁ ୧୬ତାରିଖରେ ବନ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇ ସେମାନଙ୍କୁ ବଇନାକୁଲାର୍, କ୍ୟାମେରା, ଖାତା, କଲମ ଇତ୍ୟାଦି ଯୋଗାଇ ଦିଆଯାଇଥିଲା।ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅନୁଗୁଳକୁ କମ୍ ପକ୍ଷୀ ଆସିଥିବା ସେମାନଙ୍କ ସଂଖ୍ୟାରୁ ଜଣା ପଡ଼ିଛି।
ଚଳିତ ବର୍ଷ ମୋଟ୍ ୬୪୩୧ଟି ପକ୍ଷୀ ଆସିଥିବା ଗଣନାରୁ ଜଣା ପଡ଼ିଛି। ଗତ ବର୍ଷ ଠାରୁ ୭୦୫୦ପକ୍ଷୀ ଆସିଥିବା ଗଣନାରୁ ଜଣା ପଥିଥିଲ।।
ତେବେ ଚଳିତ ବର୍ଷ ମୋଟ ୪୪ପ୍ରକାର ପ୍ରଜାତିର ପକ୍ଷୀଙ୍କୁ ବନ ବିଭାଗ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରେ ୧୩ପ୍ରକାର ବିଦେଶୀ ପକ୍ଷୀ ଥିବା ଜଣା ପଡ଼ିଛି। ସାଇ ବେରିଆ ଅଂଚଳରୁ ଏହି ପକ୍ଷୀ ଅନୁଗୁଳ କୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗଡ଼ବାଲ, ୟୁରେସିଆନ, ୱିଜନ, ରେଡ କ୍ରେଷ୍ଟେଡ ପୋଚାର୍ଟ ଇତ୍ୟାଦି ରହିଛନ୍ତି।
ସେହିପରି ଇଣ୍ଡିଆନ ସ୍ପଟ ବିଲ୍ଡ ଡକ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ପକ୍ଷୀ ଗଣନା ଅନୁଗୁଳ ବନାଞ୍ଚଳରେ ଡେରେଜାଙ୍ଗ ଡ୍ୟାମ୍, ନାଲକୋ ପାଉଁଶ ପୋଖରୀ, ତାଳଚେର ବନାଞ୍ଚଳର ସମଲ ବ୍ୟାରେଜ ,ସମକୋଇ ନଦୀ ଗାଡରଖାଇ ପୋଖରୀ, କଣିହାଁର ତାଳପଦାରେ ଥିବା ବ୍ରାହ୍ମଣୀ ନଦୀ ଏନଟିପିସି ପମ୍ପ ହାଉସ ଜରପଡାର ଦୁର୍ଗାପୁର ଜମାଇଝରଣ ପୋଖରୀ କଂସବଂଶ ଡ୍ୟାମ , ବନ୍ତଳାର ପୋକଟୁଙ୍ଗା ପୋଖରୀ , ବଡ଼ଜୋର୍, ଛେଣ୍ଡିପଦାର କୁକୁରପେଟା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , କୋଣଲୋଇ , ଗଉଡୁଣି, ଭାଲିଆ ଡିହ ପୋଖରୀ , ନୂଆଁ ଗାଁ ପୋଖରୀ ଇତ୍ୟାଦି ୨ଟି ସ୍ଥାନରେ ହୋଇଥିଲା।
